ନିରାଶ୍ରୟର ସାହାରା ଆଶ୍ରୟ ସ୍ଥଳ: ଆଧୁନିକୀକରଣର ସ୍ୱାଦ ଚାଖିବେ ଅନ୍ତେବାସୀ

ରାଉରକେଲା (ହିତେନ୍ଦ୍ର ସାହି ) : ଖରା, ବର୍ଷା, ଶୀତରୁ ସହରାଂଚଳ ବାସହୀନଙ୍କ ପାଇଁ ସରକାର ତିଆରି କରିଥିବା ଆଶ୍ରୟସ୍ଥଳୀ ଗୁଡ଼ିକ ଆଗାମୀ ଦିନରେ ଅଧିକ ଅନ୍ତେବାସୀ ରଖାଯିବା ସହ ସେମାନଙ୍କୁ ଆଧୁନିକରଣ ଓ ସୁବିଧା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି । ବାସହୀନ ଓ ଖୋଲାଆକାଶ ତଳେ ଜୀବନ ଅତିବାହିତ କରୁଥିବା ଲୋକଙ୍କ ବ୍ୟତୀତ ସନ୍ତାନହୀନ, ଭିନ୍ନକ୍ଷମ, ବରିଷ୍ଠନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଓ ସ୍ଥାୟୀ ବନ୍ଦୋବସ୍ତ କରିବାକୁ ଯାଉଛନ୍ତି ସରକାର । ଏ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତାବ ଦିଆସରିଛି । ଭୂମିହୀନ , ବାସହୀନଙ୍କ ପାଇଁ ସ୍ୱର୍ଗ ପାଲଟିଛି ଏଇ ଆଶ୍ରୟ ସ୍ଥଳୀ । ରାଉରକେଲାରେ ଥିବା ତିନୋଟି ଆଶ୍ରୟସ୍ଥଳୀରେ ଏକ ନିର୍ଦ୍ଦିଷ୍ଟ ଟିମ ସହରର ବିଭିନ୍ନ ଅଂଚଳରୁ ଅନ୍ୱେଷଣ କରି ଆବଶ୍ୟକ କରୁଥିବା ଲୋକଙ୍କୁ ଆଣି ଏଇ ଆଶ୍ରୟସ୍ଥଳୀ ଓ ସରକାରୀ ସୁବିଧା ସମ୍ପର୍କରେ ସଚେତନ ଆରମ୍ଭ କରିଛନ୍ତି । ଫଳରେ ଆଗାମୀ ଦିନରେ ଏହି ଯୋଜନାରେ ସହର ଓ ଆଖପାଖ ଅଂଚଳରେ ଏହିପରି ଲୋକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ରାଉରକେଲା ମହାନଗର ନିଗମ ଅଧିନରେ ପାୱାର ହାଉସ ରୋଡ଼, ପ୍ଲାଂଟ ସାଇଟ , ନୂଆବସଷ୍ଟାଣ୍ଡରେ ସମୁଦାୟ ୩ଟି ଆଶ୍ରୟସ୍ଥଳୀ ଚାଲୁରହିଛି । ଏହାକୁ ସୁଚାରୁ ଓ ସୁପରିଚାଳନା ପାଇଁ ଷ୍ଟେଟ ଅର୍ବାନ ଡେଭଲେପମେଂଟ ଏଜନ୍ସେି(ସୁଡ଼ା) ଦ୍ୱାରା ସମସ୍ତ ରକ୍ଷଣାବେକ୍ଷଣ କରାଯାଉଛି । ସୁଡ଼ା ତତ୍ତ୍ୱଧାନରେ ଏହି ସ୍ଥଳୀ ଗୁଡ଼ିକୁ ଆଗାମୀ ଦିନରେ ବର୍ଷାଜଳ ପୁର୍ନବିନିଯୋଗ ତଥା ପ୍ରାକୃତିକ ସମ୍ବଳ ବ୍ୟବହାର ପାଇଁ ସୋଲାର ସିଷ୍ଟମ କାର୍ଯ୍ୟକାରୀ ଓ ଆନୁଷଙ୍ଗିକ ସୁବିଧା ପ୍ରଦାନ ପାଇଁ ଯୋଜନା କରାଯାଉଛି ।

ରାଉରକେଲା ସରକାରୀ ଡାକ୍ତରଖାନାେ(ଆରଜିଏଚ)ରେ ନୂତନ ଆଶ୍ରୟସ୍ଥଳୀ ଆସନ୍ତା ଅକ୍ଟୋବର ସୁଦ୍ଧା ଯୋଜନା ସହ ଜୀବିକା ଉପାର୍ଜ୍ଜନ ଆଶାୟୀଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇଦିଆଯିବ । ଆରଜିଏଚରେ ଦୁଇମହଲା ନୂତନ ଅଶ୍ରୟସ୍ଥଳୀ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି । ସେଥିରେ ୧୦୦ ଜଣ ବାସହୀନଙ୍କ ବ୍ୟବସ୍ଥା କରାଯାଇଥିବା ଆରଏମସି ଉପାୟୁକ୍ତା ସୀତାଦେବୀ ମାଝୀ କହିଛନ୍ତି । ସେହିପରି ସେଗୁଡ଼ିକରେ ଭିନ୍ନକ୍ଷମ ଉପଯୋଗୀ ଉପକରଣ ତଥା ଚିକତ୍ସା ବ୍ୟବସ୍ଥା ଉପଲବ୍ଧ ରହିବ । ପାୱାର ହାଉସ ସ୍ଥିତ ନିର୍ମଳ ମୁଣ୍ଡା ମାର୍କେଟ ସ୍ଥିତ ଆଶ୍ରୟସ୍ଥଳୀକୁ ମଡ଼େଲ ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତାବ ଦିଆଯାଇଛି । ଏଥିରେ ମଡେଲ ହେବାରୁ ସମସ୍ତ ମାନଦଣ୍ଡ ପାଳନ କରାଯିବ ବୋଳଇ ଶ୍ରୀୀମତି ମାଝୀ କହିଛନ୍ତି ।ସମ୍ପ୍ରତି ୩ଟି ସ୍ଥଳୀ ମଧ୍ୟରୁ ପାୱାର ହାଉସ ସ୍ଥିତ ଆଶ୍ରୟସ୍ଥଳୀରେ ସର୍ବାଧିକ ଅନ୍ତେବାସୀ ରହୁଛନ୍ତି । ଏଥିରେ ୨୨ ଜଣ ରିକସାବାଲା, ସନ୍ତାନହୀନ ଓ ଭିନ୍ନକ୍ଷମ ପୁରୁଷ ଓ ମହିଳା ବାସ କରୁଛନ୍ତି । ଏମାନଙ୍କୁ ସୁବିଧା ସୁଯୋଗ ବାବଦରେ ଖାଦ୍ୟ, ପାନୀୟ ଓ ଚିକତ୍ସା ବ୍ୟବସ୍ଥା କରାଯାଉଛି । ସେକ୍ଟର-୨ ଖରିଆବାହାଲ ବସ୍ତିର ବୁୂନ୍ଦଲୀ ଦିପ(୫୭) ସନ୍ତାନ ଓ ସ୍ୱାମୀ ହରାଇ ଶେଷରେ ଏହି ଆଶ୍ରୟସ୍ଥଳୀରେ ମୁଣ୍ଡଗୁଂଜିବାକୁ ସୁଯୋଗ ପାଇଥିଲେ । ସେ ଏଠାରେ ଏକ ବର୍ଷାରୁ ସାହାରା ପାଇଥିବା ବେଳେ ଅସୁସ୍ଥତା ହେତୁ କେୟାରଟେକରଙ୍କ ଦ୍ୱାରା ସେବା ପାଇଆସୁଛନ୍ତି । ନିରାଶ୍ରୟା ଓ ଅନାଥିନୀ ବୁନ୍ଦଲୀକୁ ସମସ୍ତ ସୁବିଧା ଯୋଗାଉଛି ଏହି ଅଶ୍ରୟସ୍ଥଳୀ । ସେହିପରି ପ୍ରାୟ ଏକ ବର୍ଷରୁ ପକ୍ଷାଘାତରେ ପୀଡ଼ିତ ମାଆ ଓ ପୁଅ ଏଥିରେ ରହୁଛନ୍ତି । ଝାଡ଼ଖଣ୍ଡ ର ମମତା ଚୌଧୂରୀ(୭୨) ନିଜର ପକ୍ଷାଘାତରେ ପୀଡ଼ିତ ପୁଅ ସହ ଏଠି ଦିନ ବିତାଉଛନ୍ତି । ଆର୍ଥିକ ଓ ଶାରୀରିକ କଷ୍ଟ ସହୁଥିବା ଏହି ଅସୁସ୍ଥ, ରୁଗଣ ବୟୋଜ୍ୟେଷ୍ଠା ମହିଳା ଓ ପୁଅର ଏକ ମାତ୍ର ସାହାରା ପାଲଟିଛି ଏହି ଆଶ୍ରୟସ୍ଥଳୀ । ସହରାଂଚଳ ବାସହୀନଙ୍କ ପାଇଁ ହୋଇଥିବା ଏହି ସରକାରୀ ଯୋଜନାରେ ସମାଜର ମୁଖ୍ୟ ସ୍ରୋତକୁ ଆସୁଥିବା ଅସୁସ୍ଥ ଦମ୍ପତି ଏଠାକାର ଉଦାହରଣ ପାଲଟିଛନ୍ତି । ୨୦୧୮ ମସିହାରେ ପ୍ରବଳ ବର୍ଷାରେ ଝାଟିମାଟି କୁଡ଼ିଆରେ ରହୁଥିବା ଭିନ୍ନକ୍ଷମ ନାରାୟଣ ପଣ୍ଡା(୬୨) ଓ ପତ୍ନୀ ଶାନ୍ତି ପଣ୍ଡା(୫୫)ଙ୍କ ସାହାରା ପାଲଟିଛି ଏହି ସ୍ଥଳୀ । ମାଲଗୋଦାମରେ ରହୁଥିବା ଘର ଭାଙ୍ଗିବା ପରେ ଉକ୍ତ ଦମ୍ପତି ପାଲଟାଣି ରହୁଥିଲେ । ପ୍ରଶରସନର ସ୍ୱତନ୍ତ୍ର ଟିମ ଏମାନଙ୍କୁ ସରକାରୀ ସୁବିଧାରେ ସାଚତନ କରି ଏଠାରେ ରଖାଇଛନ୍ତି । ଏମାନଙ୍କୁ ସରକାରୀ ସୁବିଧା ଓ ପେନସନ ଆଦି ଯୋଗାଇବ ଲାଗି ବ୍ୟବସ୍ଥା ମଧ୍ୟ କର୍ତ୍ତୃପକ୍ଷ କରାଇଛନ୍ତି । ଅନୁରୂପ ଭାବେ ସହରରେ ଅନେକ ସ୍ଥାନରେ ଏପରି ଅଭାବୀ ଲୋକ ମାନେ ବସବାସ କରୁଥିଲେ ମଧ୍ୟ ସଚେତନ ଅଭାବରୁ ଏପରି ସୁବିଧାରୁ ବଂଚିତ ହେଉଛନ୍ତି ।

ବିଶେଷତଃ ରେଲଷ୍ଟେସନ, ବସଷ୍ଟାଣ୍ଡ ଓ ସାମୁହିକ ସ୍ଥାନରୁ ଲୋକଙ୍କୁ ବୁଝାଶୁଝା କରାଯାଉଥିଲେ ମଧ୍ୟ ଲୋକେ ଆସିବାକୁ ଅମଙ୍ଗ ହେଉଥିବା ଏହି ଯୋଜନାର ମୁଖ୍ୟ ପ୍ରତିବନ୍ଧକ ଅଟେ ବୋଲି ସୁଡ଼ା କର୍ମଚାରୀ ମାନେ କହିଛନ୍ତି । ସହରର ଅନ୍ୟ ସ୍ଥାନରେ ଏପରି ଲୋକଙ୍କୁ ଦେଖିଲେ ଆଶ୍ରୟସ୍ଥଳୀ ସହ ଯୋଗାଯୋଗ କରିବାକୁ ନିବେଦନ କରାଯାଉଛି । ସୂଚନାଯୋଗ୍ୟ, ଦୀନଦୟାଲ, ଅନ୍ତ୍ୟେଦୟ ଯୋଜନା ଜାତୀୟ ସହରାଂଚଳ ଜୀବିକା ମିଶନ, ସ୍ୱାବଲମ୍ବନ, ଏସଏଚଜି ମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା, ବୁଲାବିକାଳୀଙ୍କୁ ଥଇଥାନ କରିବା ଓ ବାସହୀନଙ୍କ ପାଇଁ ରହିବା ଓ ଜୀବନ ଅତିବାହିତ କରିବା ଆଦି ସୁଡ଼ାର କାର୍ଯ୍ୟଅନ୍ତଭୃକ୍ତ ରହିଛି । ପ୍ରଥମେ ବାସହୀନ ମାନଙ୍କ ପାଇଁ କେବଳ ରାତ୍ରୀ ସମୟରେ ପରିଚୟପତ୍ର ସହିତ ଏଠାରେ ରହିବାକୁ ସୁବିଧା ମିଳୁଥିଲା । ପରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାରକୁ ଦିବାରାତ୍ରୀ ୨୪ ଘଂଟିଆ ସୁବିଧା ପାଇଁ ପଦକ୍ଷେପ ନିଆଗଲା । ଏଥିରେ ଆୟ କରିବକେୁ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରୋଷେଇ କରି ଖାଇବା ପ୍ରଦାନ, ଚିକିତ୍ସା ସୁବିଧା କରାଯାଉଛି । ଏମାନଙ୍କ ସବୁିଧା ପାଇଁ ୨୪ ଘଂଟିଆ ବିଜୁଳୀ ସେବା, ସ୍ୱଚ୍ଛପାୀନୟ ଜଳ, ସ୍ୱଚ୍ଛପରିମଳ ବ୍ୟବସ୍ଥା, ସୁରକ୍ଷା ପାଇଁ ସିସିଟିଭି ଆଦି ଉପଲବ୍ଧ ରହିଛି । ଭିନ୍ନକ୍ଷମ ପାଇଁ ର‌୍ୟାମ, ସ୍ଲୋପର ଆଦି ସହ ଅନ୍ୟ ଉପକରଣ ଉପଲବଧ ପାଇଁ ପ୍ରସ୍ତାବ ଦିଆସରିଛି ।